ଆସନ୍ତା ପହିଲାରୁ ଖରିଫ ଧାନ ସଂଗ୍ରହ

ଭୁବନେଶ୍ବର: ଆସନ୍ତା ପହିଲାରୁ ହେବ ଖରିଫ ଧାନ ସଂଗ୍ରହ। ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ଖରିଫ ଧାନ ସଂଗ୍ରହ ହେବ। ୨୦୨୦-୨୧ ଖରିଫ ଧାନ ସଂଗ୍ରହକୁ ନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି।
ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ। ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ ଅଢେଇ ଲକ୍ଷ ଚାଷୀ ନିଜ ନାମ ପଞ୍ଜୀକରଣ କରିଛନ୍ତି। ୨୦୨୦-୨୧ ବର୍ଷରେ ଖରିଫ ଓ ରବି ଋତୁରେ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବା ନେଇ ଲକ୍ଷ୍ୟ ଧାଯ୍ୟ କରିଛନ୍ତି ରାଜ୍ୟ ସରକାର।