Odisha Link
Bridging the Missing Links in Odisha

ନଭେମ୍ବର ୨ରୁ କଟକରେ ସେରୋ ସର୍ଭେ ଆରମ୍ଭ

ଭୁବନେଶ୍ୱର: ନଭେମ୍ବର ୨ରୁ କଟକରେ ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭେ। ସିଏମସିର ୨୫ଟି ଓ୍ବାର୍ଡରେ ଥିବା ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡିକୁ ଚିହ୍ନଟ କରାଯାଇଛି। ଉକ୍ତ ଓ୍ବାର୍ଡଗୁଡିକର ଅତି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବିଭିନ୍ନ ବର୍ଗର ଲୋକଙ୍କଠାରୁ ନମୂନା ସଂଗ୍ରହ କରିବେ ସର୍ଭେ ଟିମ୍‌ । ସେରୋ ସର୍ଭେରେ ପ୍ରତି ୱାର୍ଡରେ ୬୦ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ। ରକ୍ତ ନମୁନା ସଂଗ୍ରହ ହୋଇଥିବା ଲୋକଙ୍କର ନାଁ ଗୋପନ ରଖାଯିବ। ୧୮ ବର୍ଷରୁ କମ୍‌ ବୟସ ଓ ଗର୍ଭବତୀଙ୍କୁ ଏହି ସେରୋ ସର୍ଭେ ବାଦ୍ ଦିଆଯିବ। ନଭେମ୍ବର ୨ରୁ ନଭେମ୍ବର ୫ ଯାଏଁ ଏହି ସେରୋ ସର୍ଭେ ହେବା ନେଇ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ସେରୋ ସର୍ଭେ ପାଇଁ ୫ଟି ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ୫ ଜଣ ଲେଖାଏଁ ସଦସ୍ୟ ରହିବେ। ପ୍ରତ୍ୟେକ ଟିମ୍‌କୁ ୫ଟି ଲେଖାଏଁ ଓ୍ବାର୍ଡର ଦାୟିତ୍ବ ଦିଆଯାଇଛି। ସେରୋ ସର୍ଭେ ଲାଗି ସକାଳ ୮ଟାରୁ ଅପରାହ୍ନ ୫ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି। ଏହି ୪ ଦିନ ଭିତରେ ସିଏମସିର ସ୍ବତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀମାନେ ବିଭିନ୍ନ ଲୋକଙ୍କଠାରୁ ରକ୍ତ ନମୂନା ସଂଗ୍ରହ କରିବେ। ତେବେ ଯେଉଁ ବ୍ୟକ୍ତି ମାନେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରିଆସିଛନ୍ତି, ସେମାନଙ୍କଠାରୁ ପ୍ରଥମେ ନମୂନା ସଂଗ୍ରହ କରାଯିବ। ପରେ କଟକର ବିଭିନ୍ନ ସ୍ଥାନରୁ ସାଧାରଣ ଲୋକଙ୍କଠାରୁ ରକ୍ତ ନମୂନା ସଂଗ୍ରହ କରିବ ସେରୋ ସର୍ଭେ ଟିମ୍‌।

Comments are closed.