Odisha Link
Bridging the Missing Links in Odisha

ବାଲେଶ୍ୱରରେ ବିଜେଡିର ମିଶ୍ରଣ ପର୍ବ

ବାଲେଶ୍ୱର: ଉପନିର୍ବାଚନ ପୂର୍ବରୁ ଚାଲିଛି ବିଜେଡିର ମିଶ୍ରଣ ପର୍ବ। ବାଲେଶ୍ୱରରେ ବିଜେଡି ମିଶ୍ରଣ ପର୍ବ ହୋଇଛି। ବିଜେପି ଛାଡ଼ି ଆଜି ବିଜେଡିରେ ଯୋଗଦେଇଛନ୍ତି ଘରୋଇ ବସ ମାଲିକ ସଂଘ ସମ୍ପାଦକ ନରେନ୍ଦ୍ର ବିହାରୀ ଦାସ। ନରେନ୍ଦ୍ରଙ୍କ ସମେତ ଶତାଧିକ ସମର୍ଥକ ଆଜି ବିଜେଡିରେରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ବିଜେଡି ଉପ ସଭାପତି ଦେବୀ ମିଶ୍ର, ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ, ରବୀନ୍ଦ୍ର ଜେନା ଉପସ୍ଥିତ ଥିଲେ।

ଆସନ୍ତାକାଲି ବାଲେଶ୍ୱରରେ ଭର୍ଚୁଆଲ ପ୍ରଚାର କରିବେ ବିଜେଡି ସୁପ୍ରିମୋ। ନବୀନ ନିବାସରୁ ଡିଜିଟାଲ ମାଧ୍ୟମରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ପ୍ରଚାର କରିବେ ନବୀନ।

Comments are closed.