Odisha Link
Bridging the Missing Links in Odisha

ବିହାର ଜନତାଙ୍କୁ ମତଦାନ ପାଇଁ ଅପିଲ୍‌ କଲେ ସୋନୁ ସୁଦ୍,‌ କହିଲେ…

ପାଟନା: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳୁ ମତଦାନ କେନ୍ଦ୍ରରେ ଲୋକେ ଭୋଟ ଦେବା ପାଇଁ ଆସିଛନ୍ତି। ମତଦାନ ଦେବା ପାଇଁ ବିଭିନ୍ନ ନେତା ମନ୍ତ୍ରୀ ଅପିଲ କରୁଥିବା ବେଳେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଜନତାଙ୍କୁ ମତଦାନ ଦେବା ପାଇଁ ଅପିଲ କରିଛନ୍ତି। ମତଦାନରେ ସେ ଆଙ୍ଗୁଠି ବ୍ୟବହାର ନ କରି ନିଜ ବୁଦ୍ଧି ଖଟାଇ ମତଦାନ କରିବାକୁ ଜନତାଙ୍କୁ ଅପିଲ କରିଛନ୍ତି।

ସୋନୁ ସୁଦ୍ ଏକ ଟ୍ୱିଟ୍ କରି କହିଛନ୍ତି ଯେ, ‘ଯେଉଁଦିନ ଆମ ବିହାର ଭାଇମାନଙ୍କୁ ନିଜ ଘର ଛାଡି କାମ ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବନି, ଯେଉଁଦିନ ଅନ୍ୟ ରାଜ୍ୟର ଲୋକ କାମ ପାଇଁ ବିହାର ଆସିବେ ସେହିଦିନ ଦେଶର ବିଜୟ ହେବ। ଭୋଟ୍ ପାଇଁ ବଟନ୍ ଆଙ୍ଗୁଠିରେ ନୁହେଁ ବୁଦ୍ଧି ସାହାଯ୍ୟରେ ଚାପିବେ।’

ସୋନୁ ସୁଦଙ୍କ ଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିହାର ଜନତାଙ୍କୁ ମତଦାନ ପାଇଁ ଅପିଲ୍ କରିଛନ୍ତି। ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଜନତାଙ୍କୁ ବିଶେଷ ଅନୁରୋଧ କରିଛନ୍ତି। ମୋଦି କହିଛନ୍ତି, ପ୍ରଥମେ ମତଦାନ କରି ପରେ ଜଳପାନ କରିବାକୁ। ଏହା ସହ ମାସ୍କ ପିନ୍ଧିବା ତଥା ସାମାଜିକ ଦୂରତ୍ବ ରକ୍ଷା କରିବାକୁ ମଧ୍ୟ କହିଛନ୍ତି।

ସୂଚନା ଯୋଗ୍ୟ, ବିହାରରେ ତିନିଟି ପର୍ଯ୍ୟାୟରେ ମତଦାନ ହେବ। ଭୋଟ୍ ଗଣତି ଆସନ୍ତା ନଭେମ୍ବର ୧୦ ତାରିଖରେ ହେବ।

Comments are closed.