Odisha Link
Bridging the Missing Links in Odisha

ସମୁଦ୍ରରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତ ଦେହ

ପୁରୀ : ଗତ କାଲି ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ରେ ବୁଡ଼ି ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ ଠାବ କରାଯାଇଛି । ଦିନ ୧୧ ଟାରୁ ମୃତ ଦେହ ଠାବ ହୋଇଥିଲେ ମଧ୍ୟ ଉଦ୍ଧାର ହୋଇପାରୁ  ନାହିଁ । ସମୁଦ୍ରରେ ମୃତଦେହ ୧୦ କିମି ଦୂରକୁ ଚାଲିଯାଇଥିବାରୁ ଉଦ୍ଧାରରେ ସମସ୍ୟା ହେଉଛି ।

ସୂଚନା ଅନୁସାରେ, ଗାଧୋଇବା ବେଳେ ଅସାବଧାନତା ବଶତଃ ଯୁବକ ଜଣଙ୍କ ଭାସିଯାଇଥିଲେ । ଯୁବକ ଜଣଙ୍କ ହେଲେ ତାନିସ୍କ । ରାଞ୍ଚିରୁ ପରିବାର ସହ ପୁରୀ ବୁଲି ଆସି ସମୁଦ୍ରରେ ଗାଧେଇବା ସମୟରେ ଏହି ଅଘଟଣ ଘଟିଥିଲା ।

Comments are closed.