Odisha Link
Bridging the Missing Links in Odisha

ପୁଣି ବଢ଼ିଲା ଆନ୍ତର୍ଜାତିକ ବିମାନ ଚଳାଚଳ ନିଷେଧାଦେଶ ଅବଧି

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁଣି ଆନ୍ତର୍ଜାତିକ ବିମାନ ଚଳାଚଳ ନିଷେଧାଦେଶ ଅବଧିକୁ ବୃଦ୍ଧି କରାଯାଇଛି। ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ଜାରି ହୋଇଥିବା ନିଷେଧାଦେଶ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଆଜି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକ (ଡିଜିସିଏ) ସୂଚନା ଦେଇଛନ୍ତି। ଏଥିସହ ଆନ୍ତର୍ଜାତିକ ବିମାନ ଚଳାଚଳ ନିଷେଧାଦେଶ ଆନ୍ତର୍ଜାତିକ ମାଲବାହୀ ବିମାନ ଏବଂ ସ୍ବତନ୍ତ୍ର ଭାବେ ଅନୁମୋଦିତ ବିମାନ ଚଳାଚଳ ପ୍ରତି ଲାଗୁ ହେବନାହିଁ ବୋଲି ମଧ୍ୟ ‘ଡିଜିସିଏ’ କହିଛନ୍ତି।

କରୋନା ମହାମାରୀ କାରଣରୁ ମାର୍ଚ୍ଚ ୨୩ ତାରିଖରୁ ଭାରତରେ ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉଡ଼ାଣ ସେବା ବାତିଲ କରାଯାଇଥିଲା। କିନ୍ତୁ, ମେ ମାସରୁ ‘ବନ୍ଦେ ଭାରତ ମିସନ’ ଏବଂ ଜୁଲାଇ ମାସରୁ ନିର୍ବାଚିତ ଦେଶମାନଙ୍କ ସହ ଦ୍ବିପାକ୍ଷିକ ‘ଏୟାର୍‌ ବବଲ୍‌’ ରାଜିନାମାରେ ସ୍ବତନ୍ତ୍ର ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ କରାଯାଇଛି।

ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍‌, ୟୁନାଇଟେଡ୍‌ ଆରବ ଏମିରେଟ୍‌ସ୍‌, କେନିଆ, ଭୁଟାନ ଏବଂ ଫ୍ରାନ୍‌ସ୍‌ ସମତେ ପ୍ରାୟ ୧୮ଟି ଦେଶଙ୍କ ସହ ଭାରତ ‘ଏୟାର୍ ବବଲ୍‌’ ରାଜିନାମା କରିଛି। ଏହି ରାଜିନାମା ଅନୁସାରେ, ଦୁଇ ଦେଶ ମଧ୍ୟରେ ସ୍ବତନ୍ତ୍ର ଆନ୍ତର୍ଜାତିକ ବିମାନ ଚଳାଚଳ କରିପାରିବ।

Comments are closed.