Odisha Link
Bridging the Missing Links in Odisha

ସାମ୍ବାଦିକ ଭୂମିକାରେ ନଜର ଆସିବେ କିଙ୍ଗ ଖାନ୍

ମୁମ୍ବାଇ: ବଲିଉଡ଼ ସୁପର ଷ୍ଟାର ଶାହରୁଖ ଖାନ୍‍ ଖୁବ ଶୀଘ୍ର ସିନେ ପରଦାରେ ନଜର ଆସିବେ। ତାଙ୍କ ପରବର୍ତ୍ତୀ ସିନେମାରେ ଟିଭି ସାମ୍ବାଦିକ ଭୂମିକାରେ ନଜର ଆସିବେ। ପ୍ରଥମ କରି ଏହିଟିକୁ ସିନେମାଟିକୁ ନିର୍ଦ୍ଦେଶନା ଦେବେ ଅଭିନେତା ଆର ମାଧବନ।

ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ମହାକାଶ ବିଜ୍ଞାନୀ ନାମ୍ବି ନାରାୟଣନଙ୍କ ବାୟୋପିକ ହେବ। ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ର ମାଧ୍ୟମରେ ଆର୍ ମାଧବନ୍ ପ୍ରଥମ ଥର ପାଇଁ ନିର୍ଦେଶନା ଦୁନିଆରେ ପାଦ ଦେଉଛନ୍ତି।

ଆଜିକାଲି ଶାହାରୁଖଙ୍କୁ ତାଙ୍କ ନୂଆ ଲୁକରେ ଦେଖିବାକୁ ମିଳିଛି। ଯଦିଓ ଶାହରୁଖ ତାଙ୍କର ପରବର୍ତ୍ତୀ ସିନେମା ସମ୍ପର୍କରେ କୌଣସି ଘୋଷଣା କରିନାହାଁନ୍ତି, ତଥାପି କୁହାଯାଉଛି ଯେ ସେ ଏହି ନୂତନ ପ୍ରୋଜେକ୍ଟରେ ସମାନ କେଶ ସହିତ ବର୍ଦ୍ଧିତ କେଶ ସହିତ ନଜର ଆସିବେ।

Comments are closed.