Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଜା-ନାତିଙ୍କ ଜୀବନ

ଆନନ୍ଦପୁର: ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଅଜା-ନାତିଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାଟି ବରପଦା ଓଭରବ୍ରିଜ ସର୍ଭିସ୍ ରୋଡରେ ଘଟିଛି। ମୃତକ ହେଲେ କିର୍ତ୍ତନ ନାଥ ଏବଂ କେଶବ ନାଥ।

ସୂଚନା ଅନୁସାରେ, ଯିବା ସମୟରେ ଅଜା-ନାତିଙ୍କୁ ଟ୍ରକ ଧକ୍କା​‌ ଦେଇଥିଲା। ଟ୍ରକ ଚକା ତଳେ ଚାପି ହୋଇ ଅଜା-ନାତିଙ୍କ ମୃତ୍ୟୁ ହୋଇଥଇଲା ।

ବର୍ତ୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଟ୍ରକକୁ ଜବତ କରି ରାମଚନ୍ଦ୍ରପୁର ପୁଲିସ ତଦାରଖ କରୁଛି

Comments are closed.