କରେନା: ରାଜଧାନୀରୁ ଆଉ ୮୧ ପଜିଟିଭ୍ ଚିହ୍ନଟ, ୨୨୬ ସୁସ୍ଥ
ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଆଜି ଭୁବନେଶ୍ୱରରୁ ଆଉ ୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୫୩ରେ ପହଞ୍ଚିଛି। ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୯ ଜଣ ରହିଥିବା ବେଳେ ୬୨ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୨୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।
ପ୍ରକାଶ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୧୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୪୨୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୭୫୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୬୬ ଜଣଙ୍କର ମୃତ୍ୟୁ ହୋଇଛି।
Comments are closed.