Odisha Link
Bridging the Missing Links in Odisha

ଟ୍ରକ୍ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ୍

କଟକ: ୧୬ ଜାତୀୟ ରାଜପଥର ବଞ୍ଚଛୁଆ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ୍। ଫଳରେ ଟ୍ରକର ଡ୍ରାଇଭର ଟ୍ରକ୍ କ୍ୟାବିନ୍ ଭିତରେ ଚାପି ହୋଇ ରହିଥିଲେ। ଦୁର୍ଘଟଣା ସମ୍ପର୍କରେ ଦମକଳ ବାହିନୀ ଖବର ପାଇ କ୍ୟାବିନ୍ ଭିତରୁ ଡ୍ରାଇଭରଙ୍କୁ ବାହାର କରିଛି।

ତେବେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଟାଙ୍ଗୀ ପୁଲିସ୍ ଡ୍ରାଇଭରଙ୍କ ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଛି। ପୁଲିସ୍ ଦୁଇଟି ଯାକ ଟ୍ରକ୍କୁ ଜବ୍ କରିଛି । ମୃତ ଡ୍ରାଇଭରଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

Comments are closed.