Odisha Link
Bridging the Missing Links in Odisha

ରେକର୍ଡ ରଚିଲେ କ୍ରିସ୍‌ ଗେଲ, ହେଲେ ଗଣିବେ ତଣ୍ଡ

ଆବୁଧାବୀ: ଶୁକ୍ରବାର ଦିନ ଟି-୨୦ କ୍ରିକେଟ ଇତିହାସରେ ନୂଆ ମାଇଲଖୁଣ୍ଟ ଛୁଇଁଲେ କ୍ରିସ୍‌ ଗେଲ। କ୍ରିକେଟର ଛୋଟ ଫର୍ମାଟ ଟି-୨୦ରେ ୧୦୦୦ ଛକା ମାରିବାର ରେକର୍ଡ ନିଜ ନାମରେ କଲେ କ୍ରିସ୍‌ ଗେଲ। ଗତକାଲି ଆବୁଧାବୀରେ ଖେଳାଯାଇଥିବା ମ୍ୟାଚରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି କ୍ରିସ୍‌ ଗେଲ। ଅନ୍ୟପଟେ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲଙ୍କ ଉପରେ ମ୍ୟାଚ୍ ରେଫରୀ ଜରିମାନା ଲଗାଇଛନ୍ତି।

ଗେଲଙ୍କ ଉପରେ ଆଇପିଏଲର ଆଚାର ସଂହିତା (code of conduct breach) ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜରିମାନା ଦେବାକୁ ପଡିବ। ଶୁକ୍ରବାର ଦିନ ରାଜସ୍ତାନ ରୟାଲ୍ସ ବିପକ୍ଷରେ ମ୍ୟାଚ୍ ସମୟରେ ଗେଲ୍ ଆଉଟ୍ ହେବାପରେ ମଇଦାନରେ ବ୍ୟାଟ୍ ଫିଙ୍ଗି ଦେଇଥିଲେ।ତାଙ୍କ ଉପରେ ଆଇପିଏଲ୍ ଆଚାର ସଂହିତା ଲେଭଲ୍-୧ ର ଚାର୍ଜ ଲାଗିଛି। ତାଙ୍କ ଉପରେ ଖେଳ ଭାବନାକୁ ଆଘାତ କରିଥିବା ଆରୋପ ଲଗାଯାଇଛି।

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଗେଲ ବହୁତ ଭଲ ବ୍ୟାଟିଂ କରିଥିଲେ। ଚୌକା-ଛକ୍କା ମାରୁଥିବା ଗେଲ୍ ଆଇପିଏଲରେ ନିଜର ସପ୍ତମ ଶତକ ପାଖାପାଖି ପହଞ୍ଚି ଯାଇଥିଲେ। ୧୯ ଓଭରରେ ଜୋଫରା ଆର୍ଚରଙ୍କ ତୃତୀୟ ବଲରେ ଗେଲ୍ ଛକ୍କା ମାରି ୯୯ ରନରେ ପହଞ୍ଚିଥିଲେ। ଗେଲ୍ ଆଉ ଏକ ଶତକ କରିବାକୁ ପାଖାପାଖି ନିର୍ଣ୍ଣୟ ହୋଇଯାଇଥିଲା। କିନ୍ତୁ ଚତୁର୍ଥ ବଲରେ ବୋଲ୍ଡ ହୋଇଗଲେ। ଏହାପରେ ଗେଲ୍ ରାଗିଯାଇ ନିଜ ବ୍ୟାଟକୁ ତଳେ ପକାଇଦେଇଥିଲେ।

Comments are closed.