ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ। ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି। ୭୨ ବର୍ଷ ବୟସରେ ତାଙ୍କ ଜଟଣୀ ସ୍ଥିତ ଘରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି।
ଓଡ଼ିଆ ସିନେ ଜଗତକୁ ରାଜୁ ମିଶ୍ରଙ୍କ ଅବଦାନ ଅନେକ। ରାଜୁ ମିଶ୍ର ଅନେକ ସୁପର ହିଟ୍ ଓଡ଼ିଆ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ ଗୁଡିକ ହେଲା- ଚକା ଆଖି ସବୁ ଦେଖୁଛି, ପୁଅ ମୋର କଳା ଠାକୁର, ସାଗର ଗଙ୍ଗା, ରୁପା ଗାଁର ସୁନା କନିଆ, ସତ ମିଛ, ଉଲକା, ପଥର ଖସୁଛି ବଡ଼ ଦେଉଳୁ, ମମତା ମାଗେ ମୁଲ ଇତ୍ୟାଦି।
ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ସମ୍ମାନରେ ପୁରସ୍କୃତ ହୋଇଥିଲେ ରାଜୁ ମିଶ୍ର ଏହା ସହ ସେ ଅନେକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ତାଙ୍କ ବିୟୋଗରେ କଳାକାଳମାନଙ୍କ ସହ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।