Odisha Link
Bridging the Missing Links in Odisha

ଆଜିଠୁ କଟକରେ ସେରୋ ସର୍ଭେ ଆରମ୍ଭ

କଟକ: ଆଜିଠୁ କଟକରେ ଆରମ୍ଭ ହେବ ସେରୋ ସର୍ଭେ। କଟକ ସହରର ୨୫ଟି ୱାର୍ଡରେ କରାଯିବ ଏହି ସେରୋ ସର୍ଭେ କରାଯିବ। ଏହି ସେରୋ ସର୍ଭେରେ ୱାର୍ଡ ଅଫିସର, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ନିୟୋଜିତ ହେବେ। ଆରଏମଆରସିର ୫ ଜଣିଆ ଟିମ୍ ଏହି ସେରୋ ସର୍ଭେ ଦାୟିତ୍ୱ ନେବେ। ପ୍ରତି ୱାର୍ଡରେ ସ୍କୁଲ, କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ସେଣ୍ଟରରେ ସେରୋ ସର୍ଭେ କରାଯିବ।

ସାଧାରଣ ଲୋକଙ୍କ ସହ କରୋନା ରୋଗୀଙ୍କ ଚିକିତ୍ସା ଓ କରୋନା ମୁକାବିଲା କରୁଥିବା କର୍ମଚାରୀଙ୍କର ମଧ୍ୟ ସେରୋ ସର୍ଭେ ହେବ। ଏହି ସେରୋ ସର୍ଭେ ଆଜି ଆରମ୍ଭ ହୋଇ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କରାଯିବ। ଭୁବନେଶ୍ୱର ଓ ଗଞ୍ଜାମରେ ସେରୋ ସର୍ଭେ କରାଯିବା ପରେ ଆଜି କଟକରେ ଏହି ସୋରେ ସର୍ଭେ କରାଯିବ।

Comments are closed.