Odisha Link
Bridging the Missing Links in Odisha

ଆଜିଠୁ ରାଜଧାନୀର ସବୁ ଆହାର କେନ୍ଦ୍ର ଖୋଲିବ

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ଖୋଲିବ ଆହାର କେନ୍ଦ୍ର। କରୋନା ମହାମାରୀ ପାଇଁ ଦୀର୍ଘ ଦିନ ହେବ ରାଜଧାନୀ ଭୁବନେଶ୍ବରର କିଛି ଆହାର କେନ୍ଦ୍ର ଗଡ଼ିକ ବନ୍ଦ ଥିଲା। ମାତ୍ର ଆଜିଠୁ ସମସ୍ତ ଆହାର କେନ୍ଦ୍ର ଖୋଲିବ। ରାଜଧାନୀରେ ଆହାର କେନ୍ଦ୍ର ଖୋଲିବା ନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଡ଼ାକ୍ତରଖାନା ପାଖରେ ଥିବା ୫ଟି ଆହାର କେନ୍ଦ୍ର ଖୋଲା ଥିଲା। ବାକି ୭ଟି ଆହାର କେନ୍ଦ୍ର ବନ୍ଦ ହୋଇ ରହିଥିଲା ମାତ୍ର ଆଜିଠୁ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ।

ରାଜଧାନୀରେ ଏବେ ସଂକ୍ରମଣର ମାତ୍ର ଯଥେଷ୍ଟ କମିଛି। ସେରୋ ସର୍ଭେଲାନ୍ସ ଟେଷ୍ଟ ମୁତାବକ, ରାଜଧାନୀରେ ୫୦ ପ୍ରତିଶତଙ୍କ ମଧ୍ୟରେ ଆଣ୍ଟିବଡି ବିକଶିତ ହୋଇସାରିଛି। ତେଣୁ ରାଜଧାନୀର ସମସ୍ତ ଆହାର କେନ୍ଦ୍ର ଖୋଲିବା ନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବିଏମସିର କହିବା ମୁତାବକ, ରାଜଧାନୀରେ ସଂକ୍ରମଣ ଅଧିକ ଥିବା ବେଳେ ରାଜଧାନୀକୁ ଆଗତଙ୍କ ସଂଖ୍ୟାକୁ ରୋକ୍ କରି ରଖାଯାଇଥିଲା। କମ୍ ଲୋକେ ବାହାରୁ ରାଜଧାନୀ ଆସୁଥିଲେ, ତେଣୁ ବିନା ଆହାର କେନ୍ଦ୍ରରେ କାମ ଚଳି ଯାଉଥିଲା। ମାତ୍ର ଏବେ ଯାତାୟାତ ସ୍ୱାଭାବିକ ହେବା ପରେ ଆହାର କେନ୍ଦ୍ର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି।

Comments are closed.