ଗଞ୍ଜାମରେ ଡ଼ିସେମ୍ବର ଯାଏଁ ବନ୍ଦ ରହିବ ମନ୍ଦିର

କରୋନା: କରୋନାର ଦ୍ବିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନର ଜରୁରୀ କାଳିନ ବୈଠକ। ଦ୍ବିତୀୟ ପ୍ରବାହ ରୋକିବାକୁ ସତର୍କତା ଅବଲମ୍ବନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି।
ଏହା ସହିତ ଗଞ୍ଜାମ ଜିଲ୍ଲାରେ ଡ଼ିସେମ୍ବର ପହିଲା ଯାଏଁ ସମସ୍ତ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପିକ୍ନିକ୍ ସ୍ପଟ୍ ଗୁଡ଼ିକ ଲାଗି ମଧ୍ୟ ଗାଇଡ଼୍ ଲାଇନ୍ ଜାରି କରାଯାଇଛି। ପିକ୍ନିକ୍ ସ୍ପଟ୍ରେ ବଣଭୋଜି ଓ ମ୍ୟୁଜିକ ବଜାଇବା ବାରଣ କରାଯାଇଛି। ଜିଲ୍ଲାର ସରକାରୀ ଅଧିକାରୀଙ୍କ ଲାଗି ମଧ୍ୟ ଜାରି ହୋଇଛି ନିର୍ଦ୍ଦେଶାବଳୀ।
ସରକାରୀ ଅଧିକାରୀ ୫୦% ଅଫିସ୍ରେ ବାକି ସମୟ କ୍ଷେତ୍ର ପରିଦର୍ଶନ କରିବେ। ୩ ମାସ ଲାଗି ସବୁ ଗାଁରେ ଆରମ୍ଭ ହେବ ‘ମୋ ଗାଁରେ ତହସିଲ୍’ କାର୍ଯ୍ୟକ୍ରମ। ଗାଁ ଲୋକେ ସେଇଠି ପ୍ରମାଣପତ୍ର, ରାଜସ୍ବ ଆଦାୟ ,ମ୍ୟୁଟେସନ୍ ସୁବିଧା ପାଇବେ ବୋଲି ବୈଠକରେ ଆଲୋଚନା ହୋଇଛି।