ଉପନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୮.୦୮ % ମତଦାନ

ବାଲେଶ୍ୱର/ତିର୍ତ୍ତୋଲ: ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଜାରି ରହିଛି। ସମୟ କ୍ରମେ ମତଦାନ ହାର ବୃଦ୍ଧି ପାଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ କୁମାର ଲୋହାନୀ ପକ୍ଷରୁ ଜାରି ସୂଚନା ଅନୁସାରେ ସନ୍ଧ୍ୟା ୫ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍ ୬୮.୦୮ ପ୍ରତିଶତ ମତଦାନ ହୋଇଛି।
ସନ୍ଧ୍ୟା ୫ଟା ସୁଦ୍ଧା ବାଲେଶ୍ୱର ସଦରରେ ମତଦାନ ହାର ୬୮.୧୯ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ମତଦାନ ହାର ୬୭.୯୭ ପ୍ରତିଶତ ରହିଛି। ବାଲେଶ୍ୱର ଓ ତିର୍ତ୍ତୋଲରେ ମତଦାନ ହାର ଗତ ୨ ଘଣ୍ଟା ମଧ୍ୟରେ ଆଖିଦୃଶିଆ ଭାବେ ବୃଦ୍ଧିପାଇଛି। ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଅପରାହ୍ଣ ୩ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍ ୫୫.୦୪ ପ୍ରତିଶତ ମତଦାନ ହୋଇଥିଲା। ଏହି ସମୟ ସୁଦ୍ଧା ବାଲେଶ୍ବର ସଦରରେ ମତଦାନ ହାର ୫୪.୮୫ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୫୫.୨୩ ପ୍ରତିଶତ ଥିଲା।
ସେହିପରି ଆଜି ଦିନ ୧ଟା ସୁଦ୍ଧା ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍ ୪୦.୫୧% ମତଦାନ ହୋଇଥିଲା। ଏଥିମଧ୍ୟରୁ ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୩୯.୬୮% ମତଦାନ ହୋଇଥିଲା।