Odisha Link
Bridging the Missing Links in Odisha

ଦୂତୀଙ୍କୁ ଚାକିରିରେ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଉପହାର ଦେଲେ ସରକାର। ଓଡ଼ିଶା ମାଇନିଂ କର୍ପୋରେସନ୍‌ (ଓଏମ୍‌ସି)ରେ କାର୍ଯ୍ୟରତ ଥିବ ଦୂତୀ ଚାନ୍ଦଙ୍କୁ ପଦୋନ୍ନତି ମିଳିଛି। କ୍ରୀଡ଼ାରେ ସଫଳ ପ୍ରଦର୍ଶନ ଏବଂ ‘ଅର୍ଜୁନ’ ପୁରସ୍କାର ପାଇବା ପରେ ଦୂତୀଙ୍କୁ ରାଜ୍ୟ ସରକାର ପୁରସ୍କାର ସ୍ୱରୂପେ ଚାକିରିରେ ପଦୋନ୍ନତି ଦେଇଛନ୍ତି। ସୋମବାର ଦିନ କଳିଙ୍ଗ ଷ୍ଟାଡିୟମରେ ସୁଟିଂ ରେଞ୍ଜ ଉଦ୍‌ଘାଟନ ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଦୂତୀଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରିଥିଲେ। ଦୂତୀ ଓଏମ୍‌ସିର ଇ-୨ ଗ୍ରେଡ୍‌ର ଡେପ୍ୟୁଟି ମେନେଜର (ସିକ୍ୟୁରିଟି) ଭାବେ କାର୍ଯ୍ୟରତ ଥିଲେ। ସେ ଏବେ ଇ-୩ ଗ୍ରେଡ୍‌ରେ ମ୍ୟାନେଜର (ସିକ୍ୟୁରିଟି) ଭାବେ ପଦୋନ୍ନତି ପାଇଛନ୍ତି।

ଚାକିରିରେ ପଦୋନ୍ନତି ପାଇବା ପରେ ଦୂତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୋତେ ଚାକିରିରେ ପଦୋନ୍ନତି ଦେଇଛନ୍ତି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ସେ ସବୁବେଳେ ମୋତେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଆସିଛନ୍ତି। ଏହାବାଦ୍‌ ମୁଁ ମୋ ପରିବାର ସଦସ୍ୟ,କୋଚ୍‌ ଏବଂ ସମର୍ଥକଙ୍କୁ ସାଧୁବାଦ ଜଣାଇବାକୁ ଚାହୁଁଛି।’

 

Comments are closed.