Odisha Link
Bridging the Missing Links in Odisha

ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟକ୍ଷ ଗିରଫ

କୋରାପୁଟ: ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ। ସେ କମ୍ପ୍ୟୁଟର ଅପରେଟରଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ପବିତ୍ର ଉକ୍ତ ଉତ୍ପୀଡ଼ନ ୭,୦୦୦ଟଙ୍କା ଦରମା ମିଳିବ ବୋଲି କହି ମାସକୁ ୪,୦୦୦ଟଙ୍କା ଦେଉଥିଲେ। ସବୁ ଟଙ୍କା ମାଗିଲେ ପବିତ୍ର ବେଦାନ୍ତ ପୀଡ଼ିତାଙ୍କୁ ତାଙ୍କ ସହ ରାତି ବିତାଇବାକୁ କହୁଥିଲେ।

ରାତି ନ ବିତାଇଲେ ଅଧା ଟଙ୍କା ଦେଇ ଚାକିରିରୁ ବାହାର କରିଦେବି ବୋଲି ପୀଡ଼ିତାଙ୍କୁ ଧମକ ଦେଉଥିଲେ ପବିତ୍ର। ଅନେକ ଦିନ ଚୁପ ରହିବା ପରେ ଶେଷରେ ସୁନାବେଡ଼ା ପୁଲିସ ଷ୍ଟେସନରେ ପୀଡ଼ିତା ଅଭିଯୋଗ କରିବାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୀଡ଼ିତାଙ୍କ ନାଁ ସୁଚିତ୍ରା ପାତ୍ର ବୋଲି ଜଣା ପଡ଼ିଛି।

ସୁଚିତ୍ରାଙ୍କ ଅଭିଯୋଗ ମୁତାବକ, ସେ ୫.୧୨.୨୦୧୬ରେ ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟରେ ଡାଟା ଏଣ୍ଟ୍ରୀ ଅପରେଟର ଭାବେ କାମ ଆରମ୍ଭ କରିଥିଲେ। ହେଲେ ‌ମାସ ଶେଷକୁ ୭,୦୦୦ପରିବର୍ତ୍ତେ ତାଙ୍କୁ ୪,୦୦୦ଟଙ୍କା ଦେଇଥିଲେ ଅଧ୍ୟକ୍ଷ ପବିତ୍ର ବେଦାନ୍ତ।

ଏ ନେଇ ପଚାରିବା ପରେ କିଛି ଦିନ ମଧ୍ୟରେ ପୂରା ଟଙ୍କା ମିଳିଯିବ ବୋଲି ଅଧ୍ୟକ୍ଷ ପବିତ୍ର ବେଦାନ୍ତ ସୁଚିତ୍ରାଙ୍କୁ କହିଥିଲେ। କିଛି ମାସ ଏଭଳି ଯିବା ପରେ ଯେତେବେ‌ଳେ ସେ ନିଜର ପୂରା ଦରମା ପାଇଁ ଦାବି କଲେ, ଅଭିଯୁକ୍ତ ତାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଦେଇଥିଲେ।

ତାଙ୍କ ସହ ରାତି ନ ବିତାଇଲେ ବାକି ଥିବା ଟଙ୍କା ନଦେଇ ଚାକିରିରୁ ବାହାର କରିଦେବି ବୋଲି ସୁଚିତ୍ରାଙ୍କୁ ଧମକ ଦେଇଥିଲେ ଅଭିଯୁକ୍ତ ଅଧ୍ୟକ୍ଷ ପବିତ୍ର ବେଦାନ୍ତ ।

Comments are closed.