Odisha Link
Bridging the Missing Links in Odisha

ଋଣ ସୁଝି ନ ପାରି ଆତ୍ମହତ୍ୟା କଲେ ସପରିବାର

ଗୁଆହାଟୀ: କାଳ ହେଲା ବ୍ୟାଙ୍କ୍‌ ଋଣ। ଋଣ ସୁଝି ନ ପାରିବାରୁ ଆତ୍ମହତ୍ୟା କଲେ ସପରିବାର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆସାମର କୋକରାଜ ଜିଲ୍ଲାରେ। ପୋଲିସର କହିବା ମୁତାବକ, ଆର୍ଥିକ ସମସ୍ୟା କାରଣରୁ ଜଣେ ପୁରୁଷ, ତାଙ୍କ ପତ୍ନୀ ଏବଂ ତିନି ଝିଅଙ୍କୁ ଆତ୍ମହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ, ୪୫ ବର୍ଷୀୟ ନିର୍ମଲ ପାଲ୍ ରନ୍ଧନ ଗ୍ୟାସ୍ ସବ-ଏଜେନ୍ସି ଚଳାଉଥିଲେ ଏବଂ ବ୍ୟାଙ୍କ ଏବଂ ସ୍ଥାନୀୟ ଟଙ୍କାଧାରୀଙ୍କ ନିକଟରୁ ପ୍ରାୟ ୩୦ ରୁ ୨୫ ଲକ୍ଷ ଟଙ୍କା ଋଣ ଆଣିଥିଲେ। ମାତ୍ର ଗତ କିଛି ମାସ ହେବ ନିର୍ମଲ ପାଲ୍‌ ଇଏମ୍‌ଆଇ ପଇଠ କରି ପାରିନଥିଲେ। ଗତ ରବିବାର ଦିନ ନିର୍ମଳ ପାଲ, ତାଙ୍କ ପତ୍ନୀ ମଲ୍ଲିକା ଓ ତିନି ଝିଅଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ପାଇଁ ସ୍ଥାନୀୟ ପୋଲିସ ସୋମବାର ସମସ୍ତଙ୍କର ଶବକୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲା। ପେଲିସ ଘଟଣାର ଅଧିକ ଅନୁସନ୍ଧାନ କରୁଛି।

ନିର୍ମଳ ପାଲଙ୍କ ବଡ ଝିଅ ପୂଜା, ୨୫ ବର୍ଷର। ପୂଜା ବିଜ୍ଞାନରେ ସ୍ନାତକ କରିଥିବା ବେଳେ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକ ଥିବାବେଳେ ଅନ୍ୟ ଦୁଇଜଣ ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଥିଲେ। ଅଲ୍ ଆସାମ ବଙ୍ଗାଳୀ ୟୁବା ଚାଟ୍ରା ଫେଡେରେଶନର କୋକରାଜ ୟୁନିଟ୍ ଏହି ଆତ୍ମହତ୍ୟା ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ କରିଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ସେମାନେ ଦାବି କରିଛି।

Comments are closed.