Odisha Link
Bridging the Missing Links in Odisha

ଉପନିର୍ବାଚନ: ୩ଟା ସୁଦ୍ଧା ୪୭.୧୫% ମତଦାନ

ବାଲେଶ୍ୱର: ଆଜି ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ଦୁଇଟି ଯାକ ଆସନରେ ୪୭.୧୫ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। କୋଭିଡ୍ କଟକଣା ମଧ୍ୟରେ ଏଠାରେ ଭୋଟ ଚାଲିଛି। ତେବେ ସକାଳ ୭ଟାରୁ ଅପରାହ୍ନ ୬ଟା ଯାଏଁ ମତଦାନ ଚାଲିବ।

ସୂଚନା ମୁତାବକ, ବାଲେଶ୍ବର ସଦରରେ ମତଦାନ ହାର ୫୪.୮୫ ପ୍ରତିଶତ ହୋଇ ଥିବା ବେଳେ ତିର୍ତ୍ତୋଲରେ ୩୯.୬୮ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ବରରେ ମତଦାନ ହାର ଗତ ୨ ଘଣ୍ଟା ମଧ୍ୟରେ ବଢ଼ିଥିଲା ବେଳେ ତିର୍ତ୍ତୋଲରେ ପାଖାପାଖି ସମାନ ରହିଛି।

ସୂଚନାଯୋଗ୍ୟ, ଆଜି ଦିନ ୧ଟା ସୁଦ୍ଧା ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍ ୪୦.୫୧% ମତଦାନ ହୋଇଥିଲା। ଏଥିମଧ୍ୟରୁ ବାଲେଶ୍ବରରେ ୪୧.୩୬% ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୩୯.୬୮% ମତଦାନ ହୋଇଥିଲା।

Comments are closed.