Odisha Link
Bridging the Missing Links in Odisha

ବାଲେଶ୍ୱର ଉପନିର୍ବାଚନ: ଭୋଟ ବର୍ଜନ କଲେ ନନ୍ଦଚକ ଗାଁ ଲୋକେ

ବାଲେଶ୍ୱର: ଆଜି ବାଲେଶ୍ୱର ସଦର ଉପନିର୍ବାଚନ। ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗ୍ରହଣ। ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବାବେଳେ ନେତାଙ୍କ ପ୍ରତିଶ୍ରୁତିରେ ଅସନ୍ତୋଷ ଜାହିର କରିଛନ୍ତି ଭୋଟର। ଅସନ୍ତୋଷ ଜାହିର କରି ପରଥି ପଞ୍ଚାୟତ ଅନ୍ତର୍ଗତ ନନ୍ଦଚକ ଗାଁ ଲୋକେ ଭୋଟ ବର୍ଜନ କରିଥିବା ଜଣାଯାଇଛି। ମୌଳିକ ସୁବିଧା ମିଳୁନଥିବାରୁ ଗ୍ରାମର ମୋଟ୍ ୧୨୬ ଜଣ ଭୋଟର ଭୋଟ ଦେଇନଥିବା ଜଣାଯାଇଛି।

ମୌଳିକ ସୁବିଧା ସୁଯୋଗ ପ୍ରଦାନ ନେଇ ପୂର୍ବରୁ ସେମାନେ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣିନଥିଲେ। ସମସ୍ୟାର ସମାଧାନ ନେଇ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନାହିଁ। ଫଳରେ ଚଳିତ ଉପନିର୍ବାଚନରେ ମୋଟ ୧୨୬ ଜଣ ଭୋଟର ଭୋଟ୍‌ ବର୍ଜନ କରିଛନ୍ତି।

Comments are closed.