Odisha Link
Bridging the Missing Links in Odisha

ଭୋଟ ଦେବାକୁ ଆସି ମୃତ୍ୟୁ

ଜଗତସିଂହପୁର: ଆଜି ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଭୋଟ ଗ୍ରହଣ ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଦେବାକୁ ଆସିବା ବାଟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି।

ମୃତ ବୃଦ୍ଧା ଜଣକ ରଘୁନାଥପୁର ବ୍ଲକ ରେଢୁଆ ବୁଥକୁ ଭୋଟ ଦେବାକୁ ଆସୁଥିଲେ। ବାଟରେ ଆସିବା ସମୟରେ ସେ ଟଳି ପଡ଼ିଥିଲେ। ଟଳି ପଡିବା ପରେ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ବୃଦ୍ଧା ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Comments are closed.