Odisha Link
Bridging the Missing Links in Odisha

ହାଥରସ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବେ ୮୦ ଯବାନ

ହାଥରସ: ଉତ୍ତରପ୍ରଦେଶ ହାଥରସ ଗଣ ବଳାତ୍କାର ମାମଲାରେ ପୀଡ଼ିତାଙ୍କ ପରିବାର ନିମନ୍ତେ ସୁରକ୍ଷା ବଢ଼ାଯାଇଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୀଡ଼ିତାଙ୍କ ପରିବାର ଲୋକଙ୍କ ସୁରକ୍ଷା ନିମନ୍ତେ ୮୦ ଜଣ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ଯବାନଙ୍କ ରହଣି ପାଇଁ ପୀଡ଼ିତାଙ୍କ ଗାଁ ରାମପୁରରେ ଥିବା ଏକ ସ୍କୁଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ଉତ୍ତରପ୍ରଦେଶ ପୁଲିସ ସେମାନଙ୍କ ସୁରକ୍ଷାରେ ନିୟୋଜିତ ଥିଲା।

ଗତ ଅକ୍ଟୋବର ୨୭ରେ ସୁପ୍ରିମ୍‌କୋର୍ଟଙ୍କର ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ନିମନ୍ତେ ବିଚାର କରିଥିଲେ। ଖଣ୍ଡପୀଠ କହିଥିଲେ, ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାର ଯୋଗାଉଥିବା ସୁରକ୍ଷା ଆଶ୍ୱସ୍ତିଜନକ। କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ସିଆରପିଏଫ ଯବାନଙ୍କ ଦ୍ୱାରା ସୁରକ୍ଷା ଯୋଗାଇ ଦିଆଯିବା ଆବଶ୍ୟକ। ଏଣୁ ସପ୍ତାହକ ମଧ୍ୟରେ ରାଜ୍ୟ ପୁଲିସ ବଦଳରେ ସିଆରପିଏଫ ଯବାନଙ୍କୁ ସେଠାରେ ମୁତୟନ କରାଯାଉ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Comments are closed.