Odisha Link
Bridging the Missing Links in Odisha

ବାଣ ମାକେର୍ଟକୁ ଲାଇସେନ୍ସ ନେଇ ବିଚାର କରାଯିବ: ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ: ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳୀ ପାଇଁ ଏକ ଆହ୍ୱାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ। ବାଣ ମାକେର୍ଟ ନଖୋଲିବାକୁ ଜିଲ୍ଲାପାଳ ଗଞ୍ଜାମବାସୀଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ,‘ ବାଣ ମାର୍କେଟ ଖୋଲିବା ପାଇଁ ଯେଉଁ ଗାଇଡଲାଇନ୍ ରହିଛି ତାହା ଉପରେ ଅନୁଧ୍ୟାନ ହେବ। ଆଲୋଚନା କରି ଲାଇସେନ୍ସ ଦିଆଯିବ କି ନାହିଁ ବିଚାର କରାଯିବ।’

ଗଞ୍ଜାମ ଜିଲ୍ଲାରେ କରୋନା ମହାମାରକୁ ଦୃଷ୍ଟରେ ରଖି ଡିସେମ୍ବର ଯାଏଁ ମନ୍ଦିର ବନ୍ଦ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏଥିସହ କୋଭିଡ କଟକଣା ପାଇଁ ଚଳିତ ବର୍ଷ ପିକନିକରେ ଭୋଜିଭାତ ଓ ମ୍ୟୁଜିକ୍‌କୁ ମଧ୍ୟ ବାରଣ କରାଯାଇଛି।

Comments are closed.