Odisha Link
Bridging the Missing Links in Odisha

ମୋ ସ୍ବାମୀଙ୍କର ୨୦ ପତ୍ନୀ

ଜୟପୁର:  ଜଣେ କି ଦୁଇ ଜଣ ପତ୍ନୀ ନୁହେଁ, ଜଣେ ଯୁବକଙ୍କର ଅଛନ୍ତି ୨୦ ଜଣ ପତ୍ନୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଅଭିଯୋଗ ଆସିଛି ଜୟପୁର ଟାଉନ ଥାନାରେ। ଜଣେ ମହିଳା ଥାନାରେ ଅଭିଯୋଗ କରି କହିଛନ୍ତି, ତାଙ୍କ ସ୍ୱାମୀଙ୍କ ୨୦ ଜଣ ସ୍ତ୍ରୀ ଅଛନ୍ତି। ତାଙ୍କ ସ୍ୱାମୀ ଅନ୍ୟର ପତ୍ନୀକୁ ଘରକୁ ଆଣି ତାଙ୍କୁ ଘରୁ ବାହାର କରିଦେଇ ଥିବା ନେଇ ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି।

ଜୟପୁର ଟାଉନ ଥାନାରେ ଏଭିଳି ଅଭିଯୋଗ ଆଣି ନ୍ୟାୟ ଭିକ୍ଷା କରିଛନ୍ତି ପୀଡିତ ମହିଳା ସଂଯୁକ୍ତା ପାତ୍ର । ସଂଯୁକ୍ତାଙ୍କ ସ୍ୱାମୀ ବିବାହିତ ହୋଇ ମଧ୍ୟ ଏକାଧିକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିବା ଅଭିଯୋଗ କରିଛନ୍ତି ସେ କହିଛନ୍ତି। ଏବଂ ପ୍ରଭାତ ଚେଟ୍ଟୀ ନାମକ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଯୁକ୍ତା ପାତ୍ର, ତାଙ୍କ ଝିଅ ଆଶିଆନ ଚେଟ୍ଟୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ମହିଳା ଜଣଙ୍କ କେବେଳ ସ୍ୱାମୀଙ୍କ ନାମରେ ନୁହେଁ ଶ୍ୱଶୂରଙ୍କ ନାମରେ ମଧ୍ୟ ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ତାଙ୍କ ଶ୍ୱଶୂର ଜଣେ ମହାନ ଠକ ଓ ଜାଲନୋଟ କାରବାରର ମାଷ୍ଟର ମାଇଣ୍ଡ।

Comments are closed.