Odisha Link
Bridging the Missing Links in Odisha

ସାମ୍ବାଦିକ ପ୍ରବୀର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୁଲିସ କମଶନର

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୁଲିସ ମୁଖ୍ୟାଳୟରେ ପ୍ରବୀର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜେ ଉପସ୍ଥିତ ରହି ପ୍ରବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପ୍ରବୀର ଜଣେ କର୍ତ୍ତବ୍ୟନିଷ୍ଠ ଓ ଏକ ମେଳାପି ସାମ୍ବାଦିକ ଥିଲେ ବୋଲି କହିଛନ୍ତି ପୁଲିସ କମିଶନର। ସେହିପରି କରୋନାରେ ଆକ୍ରନ୍ତ ହୋଉଥିବା ଲୋକଙ୍କୁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି କମିଶନର। ଅନ୍ୟ ସମ୍ବାଦିକ ମାନେ ମଧ୍ୟ ପ୍ରବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପ୍ରକାଶ ଯେ, ନ୍ୟୁଜ୍‌ ୧୮ ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଯାଇଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସେ କରୋନାରେ ଆକ୍ରାନ୍ତ ଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଘଟିନଥିଲା। ଶେଷରେ ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।

Comments are closed.