Odisha Link
Bridging the Missing Links in Odisha

ସ୍ବାଭିମାନ ଅଞ୍ଚଳରେ ଡିଜିପି

ଚତ୍ରକୋଣ୍ଡା: ଆଜି ସ୍ବାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ। ଲାଲଗଡ଼ ଗୋରାସେତୁରେ ପହଞ୍ଚିଲେ ଡିଜିପି। ଗତ କିଛିଦିନ ଧରି ସ୍ୱାଭିମାନ ଅଞ୍ଚଳକୁ ମାଓମୁକ୍ତ କରିବା ଲାଗି ପୋଲିସ ଓ ସୁରକ୍ଷା ବାହିନୀ ପଦକ୍ଷେପ ନେବା ଆରମ୍ଭ କରିଦେଇଛି। ପୋଲିସ ଲୋକଙ୍କ ନିକଟତର ହେବା ଲାଗି ସ୍ୱାଭିମାନ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଲିସ ଥାନା, ବିଏସଏଫ କ୍ୟାମ୍ପ ଆଦି ପ୍ରତିଷ୍ଠା କରାଯାଇଛି।

ପ୍ରକାଶ ଯେ, ଗତ କିଛି ଦିନ ପୂର୍ବେ ଗୋରାସେତୁ ନିକଟରେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା। ଇତି ମଧ୍ୟରେ ମାଓ ଦମନ ଅଭିଯାନ କରି ପୋଲିସ ଅନେକ ସଫଳତା ମଧ୍ୟ ହାସଲ କରିଛି। ଆନ୍ଧ୍ର, ଓଡିଶା ଓ ବିଏସଏଫ ମିଳିତ ଭାବେ ସର୍ଚ୍ଚ ଓ କୁମ୍ବିଂ ଅପରେସନ ଜାରି ରଖିଛନ୍ତି। ମାଓ ଦମନ ନେଇ ଚାଲିଥିବା ବିଭିନ୍ନ ନୀତି ତଥା ଉନ୍ନୟନ ଯୋଜନାର କାର୍ଯ୍ୟକାରୀ ନେଇ ସମୀକ୍ଷା କରିବେ ଆଜି ପୋଲିସ ଡିଜି।

Comments are closed.