Odisha Link
Bridging the Missing Links in Odisha

କରେନା: ରାଜ୍ୟରେ ଚିହ୍ନଟ ହେଲେ ୧୪୩୪ ସଂକ୍ରମିତ

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ। ତେବେ ୨୪ ଘଣ୍ଟା ମଧ୍ୟରେ ୧୪୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୧୫୭୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ୯୦ଜଣ, ବାଲେଶ୍ୱରରୁ ୯୯ଜଣ, ବରଗଡ଼ରୁ ୬୫ଜଣ, ଭଦ୍ରକରୁ ୩୧ଜଣ, ବଲାଙ୍ଗୀରରୁ ୬୬ଜଣ, ବୌଦ୍ଧରୁ ୬ଜଣ, କଟକରୁ ୧୪୧ଜଣ, ଦେଓଗଡ଼ରୁ ୫ଜଣ, ଢେଙ୍କାନାଳରୁ ୨୧ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୧୭ଜଣ, ଜଗତସିଂହପୁରରୁ ୬୮ଜଣ, ଯାଜପୁରରୁ ୩୩ଜଣ, ଝାରସୁଗୁଡ଼ାରୁ ୩୧ଜଣ, କଳାହାଣ୍ଡିରୁ ୩୫ଜଣ, କନ୍ଧମାଳରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୫୪ଜଣ, କେନ୍ଦୁଝରରୁ ୫୦ଜଣ, ଖୋର୍ଦ୍ଧାରୁ ୧୪୪ଜଣ, କୋରାପୁଟରୁ ୨୫ଜଣ, ମାଲକାନଗିରିରୁ ୧୪ଜଣ, ମୟୁରଭଞ୍ଜରୁ ୮୦ଜଣ, ନବରଙ୍ଗପୁରରୁ ୨୭ ଜଣ, ନୟାଗଡ଼ରୁ ୧୭ ଜଣ, ନୂଆପଡାରୁ ୩୫ଜଣ, ପୁରୀରୁ ୭୭ଜଣ, ରାୟଗଡ଼ାରୁ ୯ଜଣ, ସମ୍ବଲପୁରରୁ ୩୮ଜଣ, ସୋନପୁରରୁ ୧୨ଜଣ, ସୁରନ୍ଦରଗଡ଼ରୁ ୯୮ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୮ଜଣ ରହିଛନ୍ତି।

Comments are closed.