Odisha Link
Bridging the Missing Links in Odisha

ଜନ୍ମଦିନରେ ଆଡଭାନୀଙ୍କୁ ଭେଟିଲେ ମୋଦି, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆଜି ୯୩ ବର୍ଷରେ ପଦାର୍ପଣ କରିଛନ୍ତି ବରିଷ୍ଠ ବିଜେପିି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ। ଏ ଅବସରରେ ତାଙ୍କ ବାସଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୮ ନଭେମ୍ବର ୧୯୨୭ରେ କରାଚୀରେ (ବର୍ତ୍ତମାନ ପାକିସ୍ତାନରେ) ଜନ୍ମିତ ଆଡଭାନୀଙ୍କୁ ମୋଦିଙ୍କର ରାଜନୈତିକ ଗୁରୁ ଭାବେ ଜଣାଯାଏ। ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସବୁଠାରୁ ଘନିଷ୍ଠ ସହଯୋଗୀ ଥିଲେ ଆଡଭାନୀ।

ମୋଦି ଆଜି ପୂର୍ବାହ୍ଣରେ ଆଡଭାନୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବେଶ୍‌ କିଛି ସମୟ ବିତାଇଥିଲେ। ଆଡଭାନୀ ଦଳୀୟ କର୍ମୀ ଓ ଦେଶବାସୀଙ୍କ ପାଇଁ ପ୍ରେରଣା ବୋଲି ମୋଦି କହିଛନ୍ତି।

Comments are closed.