Odisha Link
Bridging the Missing Links in Odisha

୧୬ରେ ଟ୍ରେଲର ଦେଖେଇବୁ: ସୁର

ଭୁବନେଶ୍ବର: ରାଜଧାନୀ ଓ ଉପକଣ୍ଠରେ ଜମି ଦୁର୍ନୀତିକୁ ନେଇ କଂଗ୍ରେସ ଜଟଣୀ ବିଧାୟକ ସୁର ରାଉତରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସୁର ରାଉତରାୟ କହିଛନ୍ତି ଯେ, ରାଜ୍ୟ ସରକାର ଓ ଅଫିସରଙ୍କୁ ଟାର୍ଗେଟ କରିଛୁ। ଆମ ଖେଳ ପଡ଼ିଆ। ମେଳଣ ପଡ଼ଇଆ ଓ ଯାତ୍ରା ପଡ଼ିଆକୁ ବିକି ଦିଆଯାଇଛି। ପରିସ୍ଥିତି ଭୟାବହ ହେବ। ୧୬ ତାରିଖରେ ଟ୍ରେଲର ଦେଖେଇବୁ। ଜମି ଦଲାଲି କରି ପୋଲିସ୍‌ ଦେଖେଇବ। ଆମେ କିଛି ମାନିବୁ ନାହିଁ।

ଏହା ସହିତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ନେଇ ସୁର ପୂର୍ବାନୁମାନ କରିଛନ୍ତି। ବାଲେଶ୍ବରରେ ଆମେ ତୃତୀୟ ଓ ବିଜେପି ଦ୍ବିତୀୟ, ବିଜେଡି ଟପ୍‌ କରିବ। ବାଲେଶ୍ବରରେ ୬ରୁ ୭ ହଜାର ଭୋଟରେ ଜିତିବ ବିଜେଡ଼ି। ବେଣୁ ମଉସା ଦୁଇ ଶହରୁ ଅଢ଼େଇ ଶହ ଭୋଟ ପାଇବେ। ସେହିପରି ତିର୍ତ୍ତୋଲରେ ଆମେ ଜିତିବୁ ନେହେଲେ ଦ୍ବିତୀୟ ସ୍ଥାନରେ ରହିବୁ ବୋଲି କହିଛନ୍ତ ସୁର ରାଉତରାୟ।

Comments are closed.