Odisha Link
Bridging the Missing Links in Odisha

ନିର୍ବାଚନ ଫଳାଫଳ: ବାଲେଶ୍ୱର ଓ ତିର୍ତ୍ତୋଲ ବିଜେଡି ଆଗରେ

ଭୁବନେଶ୍ବର: ଆଜି ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଫଳା ପ୍ରକାଶ ପାଇବ। ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି।ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି।

ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ସେମାନଙ୍କ ନିକଟତମ ପ୍ରାର୍ଥୀଙ୍କ ଠାରୁ ଆଗରେ ଅଛନ୍ତି। ତିର୍ତ୍ତୋଲରେ ୧୧ତମ ରାଉଣ୍ଡ ସୁଦ୍ଧା ବିଜେଡି ୧୭ ହଜାର ୪୫୧ ଖଣ୍ଡ ଭୋଟରେ ଆଗରେ ରହିଛି। ବିଜେଡି ମୋଟ ୩୮ ହଜାର ୪୩, ବିଜେପି ୨୦ ହଜାର ୫୯୨ ଓ କଂଗ୍ରେସ ୯ ହଜାର ୪୯୧ ଖଣ୍ଡ ଭୋଟ ପାଇଛନ୍ତି।

ଠିକ୍‌ ସେହିପରି ବାଲେଶ୍ୱରରେ ୧୨ତମ ରାଉଣ୍ଡରେ ବିଜେଡ଼ି ଆଗରେ ରହିଛି। ବିଜେଡ଼ି ପ୍ରାର୍ଥୀ ୬୨୬ ଭୋଟରେ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ଅଛନ୍ତି। ଏହି ରାଉଣ୍ଡରେ ବିଜେଡ଼ି ମୋଟ ୩ ହଜାର ୪୧୮ ଓ ବିଜେପି ୨ ହଜାର ୭୯୪ ଖଣ୍ଡ ଭୋଟ ପାଇଛନ୍ତି। ଏହା ସହିତ ବିଜେଡ଼ି ସମୁଦାୟ ୫ ହଜାର ୭୧୩ ଭୋଟରେ ଆଗୁଆ ରହିଛି।

Comments are closed.