Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ଦେଇଛି। ଶୋପିଆନର କୁଟପୋରା ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ନେଇ ଖବର ମିଳିଥିଲା।

ଖବର ପାଇ ସିଆରପିଏଫର ଏକ ଦଳ, ପୁଲିସ ଉକ୍ତ ଅଞ୍ଚଳରେ ତଲାସି ଆରମ୍ଭ କରିଥିଲେ। ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ପାଲଟା ଗୁଳିଚାଳନାରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ସୁଯୋଗ ଦିଆଯାଇଥିଲାମଧ୍ୟ ସେମାନେ ଅରାଜି ହୋଇ ଗୁଳି ଚାଳନା କରିଥିଲେ।

Comments are closed.