Odisha Link
Bridging the Missing Links in Odisha

କୋଇଲା ଚୋରି ଉଦ୍ୟମ କରି ଯୁବକ ଗୁରୁତର

ଝାରସୁଗୁଡ଼ା: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକଙ୍କୁ IGH ରାଉରକେଲାରେ ଭର୍ତ୍ତି କରାଯାଇଛି। ତେବେ ଉକ୍ତ ଯୁବକ ଜଣଙ୍କ ଟ୍ରେନରୁ କୋଇଲା ଚୋରି କରିବାକୁ ଉଦ୍ୟମ କରୁଥିଲେ। ଯୁବକ ଜଣଙ୍କ ହେଲେ ମେହମୁଦ ଆଲମ ।

ସୂଚନା ଅନୁସାରେ, ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ପୌରାଞ୍ଚଳସ୍ଥିତ ନୂଆପଡାଠାରେ କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ ଠିଆ ହୋଇଥିଲା। ସେହି ସମୟରେ ମେହମୁଦ ଆଲମ ଟ୍ରେନରେ ଚଢ଼ି କୋଇଲା ଚୋରି କରୁଥିଲେ।

ମାତ୍ର ହଠାତ୍‌ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Comments are closed.