Odisha Link
Bridging the Missing Links in Odisha

ବିହାର ନିର୍ବାଚନ ଫଳାଫଳ: ଆଗରେ ନିତୀଶଙ୍କ ଏନଡିଏ ମେଣ୍ଟ

ବିହାର: ବିହାର ବିଧାନସଭା ଆସନ ପାଇଁ ଆଜି ଭୋଟ ଗଣତି ଜାରି ରହିଛି। ବିହାର ବିଧାନସଭାର ୨୪୩ଟି ଆସନ ପାଇଁ ହୋଇଥିବା ନିର୍ବାଚନର ମତଗଣନା ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସରକାର ଗଠନ ଆଡକୁ ମୁହାଉଁଛି। ଆୟୋଗ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ଏନଡିଏ ୧୨୫ଟି ଆସନରେ ଆଗରେ ଥିବା ବେଳେ, ମହାମେଣ୍ଟ ୯୮ଟି ଆସନରେ ଆଗରେ ରହିଛି।

ସରକାର ଗଠନ ପାଇଁ ଏନଡିଏ ସ୍ପଷ୍ଟ ବହୁମତ ହାସଲ କରିବାର ସମ୍ଭାବନା ବୃଦ୍ଧି ପାଉଥିବା ବେଳେ ୭୦ଟି ଆସନରେ ପ୍ରାର୍ଥୀମାନଙ୍କ ମଧ୍ୟରେ ମାତ୍ର ୧ ହଜାର ମଧ୍ୟରେ କମ ବେଶୀ ରହିଛି। ନିର୍ବାଚନ ଆୟୋଗ ୨୪୩ ଆସନର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଏଆଇଏମଆଇଏମ ୩ଟିରେ, ବହୁଜନ ସମାଜ ପାର୍ଟି ୧ଟିରେ, ଭାରତୀୟ ଜନତା ପାର୍ଟି ୭୨ଟିରେ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ୩ଟିରେ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ୨ଟିରେ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ୧୪ଟିରେ, ସ୍ୱାଧୀନ ୭ଟିରେ, କଂଗ୍ରେସ ୨୧ଟିରେ, ଜନତା ଦଳ ୟୁନାଇଟେଡ଼ ୪୭ଟିରେ, ଲୋକ ଜନଶକ୍ତି ପାର୍ଟି ୨ଟିରେ, ରାଷ୍ଟ୍ରୀୟ ଜନତା ଦଳ ୬୫ଟିରେ ଏବଂ ବିକାଶଶୀଳ ଇନସାନ ପାର୍ଟି ୬ଟି ଆସନରେ ଆଗରେ ରହିଛନ୍ତି। ଏବେ ସୁଦ୍ଧା ଏନଡିଏ ମେଣ୍ଟ ୧୨୫ ଓ ମହାମେଣ୍ଟ ୧୦୫ଟି ଆସନରେ ଆଗରେ ଅଛନ୍ତି।

Comments are closed.