Odisha Link
Bridging the Missing Links in Odisha

ଗଞ୍ଜେଇ ଗଛ କାଟିଲେ ବାଲିଗୁଡା ଏସଡ଼ିପିଓ

ବାଲିଗୁଡ଼ା: କନ୍ଧମାଳ ପୁଲିସ୍‌ ଆରମ୍ଭ କରିଛି ଗଞ୍ଜେଇ କଟା ଅଭିଯାନ। ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ବାଲିଗୁଡା ଥାନା ଅଞ୍ଚଳର ବାଦେକେତା ଇଲାକାରେ ଚାଷ ହୋଇଥିବା ୧୫୫ ଏକର ଜମିରେ ଗଞ୍ଜେଇ ଗଛ କାଟୁଥିବା ଦେଖିବାକୁ ମିଳିଛି। ଗଞ୍ଜେଇ ଗଛର ମୂଲ୍ୟ ୧ କୋଟି ୫୫ ଲକ୍ଷ ହେବ ବୋଲି ପୁଲିସ୍‌ କହିଛି।

ସୂଚନା ଅନୁସାରେ, ଏସଡ଼ିପିଓ ମାନସ ରଞ୍ଜନ ବାରିକ କୌଣସି ପ୍ରକାର ସୂଚନା ପାଇ ଚଢ଼ାଉ କରିଥିଲା। ସୁରକ୍ଷାକର୍ମୀ ଓ ଅବକାରୀ ବିଭାଗର କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହାପରେ ଏକର ଏକର ଗଞ୍ଜେଇ ଗଛକୁ କାଟିବା ସହ ପୋଡି ନଷ୍ଟ କରିଛନ୍ତି।

Comments are closed.