Odisha Link
Bridging the Missing Links in Odisha

କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି। କରୋନା ଯୋଦ୍ଧାଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠାପର ସେବା ପାଇଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି।

ଦୀର୍ଘ ୩ ମାସ ପରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାର ତଳକୁ ଖସିଛି। ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟରେ ସେୟାର କରି କହିଛନ୍ତି ଯେ, ଜୁଲାଇ ୨୧ରୁ ପ୍ରଥମ ଥର ପାଇଁ ଆଜି ଓଡ଼ିଶାରେ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆମ କରୋନା ଯୋଦ୍ଧାଙ୍କ କଠିନ ପରିଶ୍ରମ ଓ ନିସ୍ୱାର୍ଥ ସେବା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ବିରୋଧରେ କଠିନ ଲଢେଇ ପାଇଁ ଆମେ ଗର୍ବିତ।

Comments are closed.