Odisha Link
Bridging the Missing Links in Odisha

ଶୀତ ଅଧିବେଶନ ପୂର୍ବରୁ ହେବ କୋଭିଡ ଟେଷ୍ଟ୍

ଭୁବନେଶ୍ୱର: ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ। ଶୀତ ଅଧିବେଶନ ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିର ରଖି କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ସୂଚନା ଦେଇ ବାଚସ୍ପତି କହିଛନ୍ତି, ମୌସୁମୀ ଅଧିବେଶନ ଭଳି ଶୀତ ଅଧିବେଶନରେ ମଧ୍ୟ କୋଭିଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ୧୭, ୧୮, ୧୯ ତାରିଖରେ ସଦସ୍ୟ ଓ ବ୍ୟକ୍ତିଗତ ସଚିବଙ୍କ କୋଭିଡ ଟେଷ୍ଟ କରାଯିବ। ଏହାପରେ ବିଧାୟକଙ୍କ ସହାୟକ ଓ ବିଧାନସଭା କର୍ମଚାରୀଙ୍କ ଟେଷ୍ଟ ହେବ। ବିଧାନସଭା ଯିବାକୁ ଥିବା ସାମ୍ବାଦିକମାନଙ୍କର ମଧ୍ୟ କୋଭିଡ ଟେଷ୍ଟ ହେବ।

ବିଧାନସଭା ଚାଲିଥିବା ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ଟେଷ୍ଟ ହେବ। ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ କରାଯିବ। ସାମ୍ବାଦିକମାନଙ୍କୁ ମାସ୍କ ଓ ସାନିଟାଇଜର ମଧ୍ୟ ଦିଆଯିବ। ଶୀତ ଅଧିବେଶନରେ ମଧ୍ୟ ସଦସ୍ୟ ଭିଡିଓ କନଫରେନ୍ସିଂରେ ଭାଗ ନେଇପାରିବେ।

ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନରେ ବିଧାୟକଙ୍କ ସମେତ ସମସ୍ତ କର୍ମଚାରୀ, ସାମ୍ବାଦିକ, ପୁଲିସ୍‌ କର୍ମଚାରୀଙ୍କ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଥିଲା।

Comments are closed.