Odisha Link
Bridging the Missing Links in Odisha

ଉପନିର୍ବାଚନ ଫଳାଫଳ ପୂର୍ବରୁ ହାର ମାନିଲା କଂଗ୍ରେସ

ଭୁବନେଶ୍ୱର: ଆଜି ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରମୁଖ ତିନି ଦଳର ଭୋଟ ଗଣନା ଚାଲିଥିବା ବେଳେ ଦ୍ବାଦଶ ରାଉଣ୍ଡ ଶେଷ ସୁଦ୍ଧା ଦୁଇଟି ଜାକ ଆସରେ ବିଜେଡି ଆଗୁଆ ରହିଛି। ତା ପଛକୁ ରହିଛି ବେଜେପି। ହେଲେ ଏହାରି ଭିତରେ କଂଗ୍ରେସରେ ଏକ ବଡ଼ ଘୋଷଣା କରାଯାଇଛି। ଉପନିର୍ବାଚନରେ ଫଳାଫଳ ଘୋଷଣା ପୂର୍ବରୁ ସଂଗ୍ରେସ ହାର ମାନିଛି ବୋଲି ଏନେଇ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ପ୍ରଦୀପ ମାଝୀ ପ୍ରତିକ୍ରିୟା ରଖିଥିବା ବେଳେ ଉଭୟ ଆସନରେ ଆମର ପ୍ରଦର୍ଶନ ଭଲ ହୋଇନାହିଁ ବୋଲି ସ୍ୱିକାରୋକ୍ତି କରିଛନ୍ତି।

ତେବେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଦୀପ ଦଳୀୟ ନେତା ,ଷ୍ଟାର ପ୍ରଚାରକ ଏବଂ ସର୍ବପରି ଆମେ ସମସ୍ତେ ଦାୟୀ ବୋଲି କହିଛନ୍ତି। ଏପରିକି ସରକାରୀ ଦଳ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଯେଉଁଭଳି ଭାବେ ରଣନୀତି ପ୍ରସ୍ତୁତ କରୁଛନ୍ତି ସେଥିରେ ନିଶ୍ଚିତ ଭାବେ କଂଗ୍ରେସ ତଳେ ପଡିଯାଇଛି ବୋଲି ସାଧାରଣରେ ମଧ୍ୟ ଚର୍ଚ୍ଚା ହରୁଛି। ଯଦିଓ ବି ଦୁଇଟି ଆସନରୁ ବାଲେଶ୍ୱରରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେଉଛି ଏଠାରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି।

ଅନ୍ୟପଟେ ବାଲେଶ୍ୱର କଂଗ୍ରେସ ପାର୍ଥୀ ମମତା କୁଣ୍ଡୁ ନିଜର ପରାଜୟ ବରଣ କରିଛନ୍ତି। ଏଠାରେ ଦଳର ସାଙ୍ଗଠନିକ ସ୍ଥିତି ଟିକେ ଭଲ ନଥିଲା ଯେଉଁଥିପାଇଁ ଆମେ ହରିଲୁ ବୋଲି ସେ କହିଛନ୍ତି।

Comments are closed.