Odisha Link
Bridging the Missing Links in Odisha

ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ

କଟକ: କଟକ ମହାନଗର ନିଗମର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ। ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ପୁଲସ ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରିଛି। ଏହି ମାମଲାରେ ରଞ୍ଜିତାଙ୍କ ସହ ଆଉ ୩ ଜଣଙ୍କୁ ଗିରଫ ହୋଇଛନ୍ତି।

ପୂର୍ବରୁ ଡ଼ି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ରଞ୍ଜିତା ଗିରଫ ହୋଇଥିଲେ। ପରେ ସେ ଜାମିନରେ ଆସିଥିଲେ। ଏହା ପରେ ବେଆଇନ୍‌ ବନ୍ଧୁକ ରଖିବା ଅଭିଯୋଗରେ ପୁଣି ଥରେ ରଞ୍ଜିତାଙ୍କୁ ଗିରଫ କରାଯାଇଥିଲା। ଏପରିକି ପୁଲିସ ତାଙ୍କଠାରୁ ଦୁଇଟି ବନ୍ଧୁକ ଓ ୪ଟି ଗୁଳି ଜବତ କରିଥିଲା।

Comments are closed.