Odisha Link
Bridging the Missing Links in Odisha

ବିହାର ନିର୍ବାଚନ: ଆହୁରି ବାକି ଅଛି ଅଢ଼େଇ କୋଟିରୁ ଅଧିକ ଭୋଟ୍‌ ଗଣତି

ବିହାର: ଆଜି ବିହାର ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ ଆଗୁଆ ଥିବା ବେଳେ ଚୂଡ଼ାନ୍ତ ଫଳାଫଳ କଣ ହେବ ତାହା ଏବେଠାରୁ କହିବା ମୁସ୍କିଲ ହୋଇ ପଡ଼ିଛି। ଏ ପର୍ଯ୍ୟନ୍ତ ଭୋଟ ପଡ଼ିଥିବା ପ୍ରାୟ ୪ କୋଟି ୧୦ ଲକ୍ଷ ଭୋଟ ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ଭୋଟ ଗଣତି ହୋଇଛି। ଏଣୁ ଆଗକୁ ଆହୁରି ଅନେକ କିଛି ଭୋଟ ଗଣତିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ସେପଟେ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଯେ ଏଥର କରୋନା ଗାଇଡଲାଇନ ପାଳନ ପାଇଁ ଅଧିକ ସଂଖ୍ୟକ ଭୋଟ ଗଣନା କେନ୍ଦ୍ର ସ୍ଥାପନ କରାଯାଇଛି। ପୂର୍ବରୁ ସାଧାରଣତଃ ୨୫-୨୬ ରାଉଣ୍ଡ ଭୋଟ ଗଣନା ହେଉଥିବାବେଳେ ଏଥର ହାରାହାରି ପ୍ରାୟ ୩୫ ରାଉଣ୍ଡ ଭୋଟ ଗଣନା କରାଯାଉଛି।

ଏଣୁ ଭୋଟ ଗଣତି ଶେଷ ହେଉ ହେଉ ବିଳମ୍ବିତ ରାତି ହୋଇଯିବ ବୋଲି ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏଚଆର ଶ୍ରୀନିବାସ କହିଛନ୍ତି।

Comments are closed.