Odisha Link
Bridging the Missing Links in Odisha

ଜେଲ୍ ଯାଇପାରନ୍ତି ଡୋନାଲ୍ଡ ଟ୍ରମ୍ପ୍ ! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ବିପୁଳ ସମର୍ଥନ ପାଇ ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ହୋଇଛନ୍ତି। ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ରାଷ୍ଟ୍ରପତି ପଦରୁ ହଟିବା କ୍ଷଣି ଟ୍ରମ୍ପ୍‌ଙ୍କୁ ଜେଲ ଯିବାକୁ ପଡିପାରେ।

ସୂଚନା ମୁତାବକ, ଟ୍ରମ୍ପ୍ ରାଷ୍ଟ୍ରପତି ପଦରେ ରହି ଡୋନାଲ୍ଡ ଟ୍ରମ୍ପ ବହୁ ଘୋଟାଲା କରିଛନ୍ତି। ଯାହାକି ଏବେ ସାମ୍ନାକୁ ଆସିଛି ଏବଂ ରାଷ୍ଟ୍ରପତି ପଦରୁ ହଟିବା ପରେ ପରେ ସେଗୁଡିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ଏବଂ ବିତ୍ତୀୟ ସ୍ଥିତିକୁ ନେଇ ଟ୍ରମ୍ପଙ୍କୁ ତଦନ୍ତର ସାମ୍ନା କରିବାକୁ ପଡିପାରେ। ଟ୍ରମ୍ପ୍ ରାଷ୍ଟ୍ରପତି ପଦରେ ଥିବାରୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନଥିଲା କିନ୍ତୁ ଏବେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏ ସମ୍ପର୍କରେ ପେସ ୟୁନିଭରସିଟିର ପ୍ରଫେସର ତଥା ଆଡଭୋକେଟ ବେନେଟ୍ ଗର୍ସମେନ କହିଛନ୍ତି କି, ଡୋନାଲ୍ଟ ଟ୍ରମ୍ପଙ୍କ ବିରୁଦ୍ଧରେ ବ୍ୟାଙ୍କ୍ ହେରଫେର, ମନି ଲଣ୍ଡରିଙ୍ଗ୍ ଏବଂ ନିର୍ବାଚନ ଜାଲିଆତି ମାମଲା ରୁଜୁ ହୋଇପାରେ। ଟ୍ରମ୍ପଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହେବା ଦରକାର ଏବଂ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।

Comments are closed.