Odisha Link
Bridging the Missing Links in Odisha

ନିର୍ବାଚନା ଫଳାଫଳ: ୧୫ ଓ ୧୬ତମ ରାଉଣ୍ଡରେ ଆଗରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ

ଭୁବନେଶ୍ବର: ଆଜି ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଫଳା ପ୍ରକାଶ ପାଇବ। ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି।ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି। ୧୬ ରାଉଣ୍ଡ ଶେଷ ସୁଦ୍ଧା ବାଲେଶ୍ୱରରେ ମାତ୍ର ୬ ହଜାର ୧୦୮ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କଠାରୁ ଆଗରେ ରହିଛନ୍ତି। ୧୫ ଏବଂ ୧୬ ରାଉଣ୍ଡର ଭୋଟ୍ ଗଣତିକୁ ଦୃଷ୍ଟି ଦିଆଯାଏ ତେବେ ଏହି ଦୁଇଟି ରାଉଣ୍ଡରେ ବାଲେଶ୍ୱର ସଦର ଆସନରେ ବିଜେଡିଠାରୁ ବିଜେପି ରହିଛି ଆଗୁଆ।

ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଏହି ରାଉଣ୍ଡରେ ୨୬୨୫ ଭୋଟ୍ ମିଳିଥିଲା ବେଳେ ମାନସ କୁମାର ଦତ୍ତ ପାଇଛନ୍ତି ୨୮୫୦ ଖଣ୍ଡ ଭୋଟ୍। ସେହିଭଳି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ପାଇଛନ୍ତି ମାତ୍ର ୨୫୬ଟି ଭୋଟ୍। ଅନ୍ୟପକ୍ଷରେ ୧୬ ପର୍ଯ୍ୟାୟ ଭୋଟ ଗଣତିରେ ବିଜେପିକୁ ୨୭ ଶହ ୩୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପାଇଛି ୨୫ଶହ ୯୧ ଖଣ୍ଡ ଭୋଟ୍। ସେହିଭଳି ଏହି ରାଉଣ୍ଡରେ କଂଗ୍ରେସ ମାତ୍ର ୧୨୦ଟି ଭୋଟ ପାଇଛି।

ସେପଟେ, ୧୬ ରାଉଣ୍ଡ ଶେଷ ସୁଦ୍ଧା ବାଲେଶ୍ୱରରେ ମାତ୍ର ୬ ହଜାର ୧୦୮ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ସ୍ୱୂରୂପ ଦାସ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କଠାରୁ ଆଗରେ ରହିଛନ୍ତି।

Comments are closed.