Odisha Link
Bridging the Missing Links in Odisha

ସୋଆ ଏନ୍‌ଏସ୍‌ଏସ୍‌ର ଉନ୍ନତ ଭାରତ ଅଭିଯାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ର ଏନ୍‌ଏସ୍‌ଏସ୍ ପକ୍ଷରୁ ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋଆ ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଗାଁର ଗୁପ୍ତପଡ଼ା, ଛତାବର, କୁଜିମହଲ, ପାତ୍ରପଡା (ଭଗବାନପୁର) ଓ ନୂଆଗାଁ ର ଗ୍ରାମବାସୀଙ୍କୁ ମାସ୍କ ପିନ୍ଧିବା, ନିୟମିତ ସାବୁନ୍‌ରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂକରୋନାରୁ ରକ୍ଷା ପାଇବା ନେଇ ସମସ୍ତ ନିୟମ ମାନିବା ସମ୍ପର୍କରେ ସଚେତନତାର ବାର୍ତ୍ତା ଦେବା ସହ ମାସ୍କ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ଏହି ପାଞ୍ଚଟି ପୋଷ୍ୟ ଗ୍ରାମର ସମସ୍ୟା ଚିହ୍ନଟ କରିବା ସହ ଏହାର ସମାଧାନ ସମ୍ପର୍କରେ ସୂଚନା ଦେଇଥିଲେ। ଏଠାରେ ସ୍ୱେଚ୍ଛାସେବୀମାନେ କିଭଳି ଅଧିକ ବିକାଶମୂଳକ କାର୍ଯ୍ୟ କରିପାରିବେ ସେ ସମ୍ପର୍କରେ ପ୍ରଫେସର ଦାସ ସୂଚାଇଥିଲେ। ସେହିପରି ସୋଆ ଏନ୍‌ଏସ୍‌ଏସ୍ ସଂଯୋଜକ ଡ. ନଚିକେତା ଶର୍ମା କହିଥିଲେ ଯେ ଏହି ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି କହିଥିଲେ।

ଛତାବର ସରପଞ୍ଚ ଶ୍ରୀମତି ମନସ୍ୱିନୀ ମିଶ୍ର, ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଡେଙ୍ଗ, ସୋଆ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା, ପ୍ରୋଗ୍ରାମ ଅଫିସର ଡ. କମଳ ଲୋଚନ ମହନ୍ତ, ଡ. ଶୋଭନ୍ ପଟ୍ଟନାୟକ, ଡ. ସରୋଜ କୁମାର ମହାନ୍ତି, ଡ. ରାଜାରାମ ମହାପାତ୍ର, ସ୍ୱେଚ୍ଛାସେବୀ ଅମିତ, ଦେବାଶୀଷ, ରାଜଶେଖର ମାସ୍କ ବଂଟନ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଗ୍ରାମସାଥୀ ଅଚ୍ୟୁତ କୁମାର ବେହେରା, ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ପାଇକରାୟ ଓ ମାନସ କୁମାର ପାଇକରାୟଙ୍କ ସହାୟତାରେ ଏସବୁ ଗ୍ରାମରେ ୬୦୦ରୁ ଊର୍ଦ୍ଧ୍ୱ ମାସ୍କ ବିତରଣ କରାଯାଇଥିଲା।

Comments are closed.