Odisha Link
Bridging the Missing Links in Odisha

ବିଶ୍ବବିଦ୍ୟାଳୟ କୁଳପତି ଚୟନ, ରାଜଭବନକୁ ଗଲା ତାଲିକା

ଭୁବନେଶ୍ୱର: ରାଜ୍ୟରେ ୬ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ ପାଇଁ ଚୂଡାନ୍ତ ତାଲିକା ରାଜଭବନକୁ ପଠାଯାଇଛି। ୬ଟି ବିଶ୍ୱ ବିଦ୍ୟାଳୟ ପାଇଁ ୪୯୬ ଜଣ ଆବେଦନ କରିଥିଲେ। ସେଥି ମଧ୍ୟରୁ ଚୟନ କମିଟି ଦରଖାସ୍ତ ଗୁଡ଼ିକୁ ଯାଞ୍ଚ କରି କୁଳାଧିପତିଙ୍କୁ ଚୂଡାନ୍ତ ପର୍ଯ୍ୟାୟ ପାଇଁ ମାତ୍ର ୩ ଜଣଙ୍କ ନାମ ପଠାଇଛି। ଚୂଡାନ୍ତ ତାଲିକାରୁ ମନୋନୀତ ୩ ଜଣ ବରିଷ୍ଠ ଶିକ୍ଷାବିତଙ୍କ ସାକ୍ଷାତକାର କୁଳଧିପତିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଶେଷରେ କୁଳାଧିପତିଙ୍କ ମୋହର ବାଜିବା ପରେ କୁଳପତି ନିଯୁକ୍ତି ପାଇବେ।

କୁଳପତି ନିଯୁକ୍ତି ପାଇବାର ୪ ବର୍ଷ ପର୍ଯ୍ୟନ୍ତ ନିଜ ପଦବିରେ ରହିବେ। ପୂର୍ବରୁ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ରହିଥିଲା। ଯାହାକୁ ୫ ବର୍ଷ ବୃଦ୍ଧି କରିବାକୁ ବହୁ କୁଳପତି ଓ ବରିଷ୍ଠ ଶିକ୍ଷାବିତ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ। ଗତ ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଆଇନରେ ସଂଶୋଧନ ବେଳେ ଏହି କାର୍ଯ୍ୟକାଳରେ ପରିବର୍ତ୍ତନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଉତ୍କଳ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି।

Comments are closed.