Odisha Link
Bridging the Missing Links in Odisha

ଆଜିଠାରୁ ଘଣ୍ଟବଜା ପ୍ରତିବାଦ ଆରମ୍ଭ

ବାରିପଦା: ଆଜିଠାରୁ ମନ୍ଦିର ସେବାୟତଙ୍କ ଘଣ୍ଟାବଜା ପ୍ରତିବାଦ ଆରମ୍ଭ ହୋଇଛି। ବାରିପଦା ଜଗନ୍ନାଥ ମନ୍ଦିର ଘଣ୍ଟ ବଜାଇ ସେବାୟତମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ମନ୍ଦିର ଖୋଲାଯିବା ଦାବିରେ ସକାଳ ୯ଟାରୁ ୯ ମିନିଟ ଯାଏଁ ଘଣ୍ଟନାଦ କରିବାକୁ ନଷ୍ପତ୍ତି ହୋଇଛି। ଆସନ୍ତ ୨୦ ତାରିଖ ପର୍ଯ୍ୟନ୍ତ ୯ ମିନିଟ ଘଣ୍ଟ ବଜାଇ ପ୍ରତିବାଦ କରିବେ ସେବାୟତ। ଯଦି ସରକାର ନଶୁଣିଲେ ତେବେ ୨୦ ତାରିଖରେ ବିଧାନସଭା ଆଗରେ ଘଣ୍ଟ ବଜାଇ ପ୍ରତିବାଦ କରିବେ ସେବାୟତ।

ପ୍ରକାଶ ଯେ, ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ଭୁବନେଶ୍ଵର ରାମମନ୍ଦିର ଠାରେ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ୫ ଦଫା ଦାବି ନେଇ ଆୟୋଜନ ଏହି ସଭାରେ ମନ୍ଦିର ସମ୍ମୁଖରେ ଘଣ୍ଟ ବାଦନ, ବେଦ ପାଠ ଓ ଶଙ୍ଖ ନାଦ କରି ପ୍ରତିବାଦ କରିଥିଲେ।

ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ଯାଉ,ସେବାୟତଙ୍କୁ ସହାୟତା ପ୍ରଦାନ, ସେବାୟତଙ୍କୁ ପରିଚୟ ପତ୍ର ପ୍ରଦାନ,ସେବାୟତଙ୍କ ପାର୍ଇ ଭତ୍ତା ବ୍ୟବସ୍ଥା ଓ ସେବାୟତ ମାନଙ୍କୁ ବୀମା ଭୁକ୍ତ କରାଯିବା ଆଦି ସେବାୟତଙ୍କ ମୁଖ୍ୟ ଦାବି ଥିଲା।

ସେବାୟତମାନେ ଏହି ଦାବି ନେଇ ଦିନଯାକ ଆନ୍ଦୋଳନ କରିବାକୁ ଓହ୍ଲାଇଥିବା ବେଳେ ଭୁବନେଶ୍ୱର ପୁଲିସ ପ୍ରଶାସନ ତରଫରୁ ଆନ୍ଦୋଳନକୁ ସ୍ଥଗିତ କରିବାକୁ ବାରମ୍ବାର ଅନୁରୋଧ କରାଯାଇଥିଲା। ସେବାୟତ ସଂଘ ସହିତ ବିଭିନ୍ନ ଅସୁବିଧା ବିଷୟରେ ଆଲୋଚନା କରି ଖୁବ୍ ଶୀଘ୍ର ସଂଘର ପ୍ରଶାସନ ସହିତ ଆଲୋଚନା କରାଇଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି।

Comments are closed.