Odisha Link
Bridging the Missing Links in Odisha

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରେଢ଼ାଖୋଲ : ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଏହି ଅଭାବନୀୟ ଘଟଣାଟି ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳର ଘୁସୁରିଆବାହାଲ ଗାଁରେ ଘଟିଛି। ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, କୌଣସି ଏକ କାରଣରୁ ସ୍ୱାମୀ ପ୍ରମୋଦ ଭଏସା ଓ ତାଙ୍କ ସ୍ତ୍ରୀ ପାର୍ବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ପ୍ରମୋଦ ଉତ୍ୟକ୍ତ ହୋଇ ସ୍ତ୍ରୀଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ।

Comments are closed.