Odisha Link
Bridging the Missing Links in Odisha

କମିବ ଶୀତ, ଅନେକ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର : ଦକ୍ଷିଣ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିଛି। ଆସନ୍ତା ୨ ଦିନ ଓଡ଼ିଶାର କେତେକ ଜାଗାରେ ହାଲୁକା ବର୍ଷା ହୋଇପାରେ। ପାଣିପାଗ ବିଭାଗ ଏହା ସୂଚନା ଦେଇଛନ୍ତି।
ଗୁରୁବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ସମ୍ଭାବନା ଅଛି।

ଏଭଳି ପାଗ ଯୋଗୁ ଆସନ୍ତା ୨/୩ ଦିନ ରାତି ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ତୁଳନାରେ ପ୍ରାୟ ୩-୪ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ ରାତି ତାପମାତ୍ରା। ଫଳରେ ବୁଧବାର ରାତିରୁ ଥଣ୍ଡା ପ୍ରକୋପ କମିବ। ଶୁକ୍ରବାରଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ଆକାଶ ମେଘୁମକ୍ତ ହେବା ପରେ ପୁଣି ଧୀରେଧୀରେ ଶୀତ ବଢ଼ିବ।

ସୋମବାର ରାତି ଓ ମଙ୍ଗଳବାର ସକାଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ପ୍ରକୋପ ଅଧିକ ଥିଲା। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ଦାରିଙ୍ଗିବାଡ଼ି ୯.୫, ଫୁଲବାଣୀ ୯.୮, କୋରାପୁଟ ୧୦.୬, ଅନୁଗୁଳ ୧୦.୮, ଭବାନୀପାଟଣା ୧୧, ବଲାଙ୍ଗିର ୧୪ ଓ ତାଳଚେର ୧୪.୩ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା।

Comments are closed.