ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ସ୍ଥଳ

ମହାରାଷ୍ଟ୍ର: ଆଜିଠୁ ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ଅନୁଷ୍ଠାନ। ମହାରାଷ୍ଟ୍ର ସରକାର ଅନୁମତି ପରେ ଆଜିଠୁ ମନ୍ଦିର, ମସଜିଦ୍, ଗୀର୍ଜା ସମେତ ସମସ୍ତ ଧାର୍ମିକ ପୀଠ ଭକ୍ତଙ୍କ ପାଇଁ ଖୋଲିଛି। ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେବା ସହ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ମାନିବାକୁ କୁହାଯାଇଛି।
କୋଭିଡ ନିୟମ ପାଳନ ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତ ଧାର୍ମିକ ସ୍ଥଳରେ ନିୟମିତ ସାନିଟାଇଜେସନ, ସାମାଜିକ ଦୂରତା ରକ୍ଷା ଅନିବାର୍ଯ୍ୟ ହେବ। କେନ୍ଦ୍ର ସରକାର ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାରମାନଙ୍କ ଉପରେ ନ୍ୟସ୍ତ କରିଥିବା ବେଳେ ମହାରାଷ୍ଟ୍ରରେ ଗତ କିଛି ମାସ ହେବ ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିଲା। ଏପରି କି ମନ୍ଦିର ଖୋଲିବା ପାଇଁ ପୂଜାରୀ, ପଣ୍ଡିତ ଆନ୍ଦୋଳନ ମଧ୍ୟ କରିଥିଲେ।