Odisha Link
Bridging the Missing Links in Odisha

ପୂର୍ବତଟ ରୋଳବାଇକୁ ମିଳିବ ଗୋବିନ୍ଦ ବଲ୍ଲଭ ପନ୍ତ୍ ପୁରସ୍କାର

ଭୁବନେଶ୍ବର: ଭାରତୀୟ ରେଳବାଇର ସମସ୍ତ ଜୋନ୍ ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ପୂର୍ବତଟ ରେଳପଥ ସମ୍ମାନୀତ ହେବ। ପୂର୍ବତଟ ରେଳପଥକୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ କରାଯିବ। ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଷ୍ଟ୍ରୀୟ ରେଳବାଇକୁ ପୁରସ୍କାର ବିତରଣ ଉତ୍ସବରେ ପୁରସ୍କୃତ କରାଯିବ।

ତୃତୀୟ ଥର ପାଇଁ ଏହି ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛି ପୂର୍ବତଟ ରେଳବାଇ। ରେଳ ମନ୍ତ୍ରୀ ପିୟୂଷ ଗୋୟଲ ଶ୍ରେଷ୍ଠ ଜୋନଲ ରେଲେୱ ସିଲଡ ୨୦୨୦ ପୂର୍ବତଟ ରେଳପଥକୁ ଦେବେ ବୋଲି ସୂଚନା ମିଳିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୨୦୦.୮୫ ନିୟୁତ ଟନ ମାଲ ପରିବହନ କରିଥିଲା। ଯାହା ଗତ ବର୍ଷ ତୁଳନାରେ ୪.୩୭ ପ୍ରତିଶତ ଅଧିକ।

ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାର ବ୍ୟତୀତ ପୂର୍ବତଟ ରେଳପଥ ଟ୍ରାଫିକ ସିଲ୍ଡ ଆକାଉଣ୍ଟସ୍ ଏବଂ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଲ୍ଡ ଓ ସେଲ୍ସ ମ୍ୟାନେଜମେଣ୍ଟ ସିଲ୍ଡ ପୁରସ୍କାର ପାଇବ ବୋଲି ସୂଚନା ମିଳିଛି।

Comments are closed.