Odisha Link
Bridging the Missing Links in Odisha

ମୁଣ୍ଡ ବୁଲାଇବାରୁ ଗୋଡ ଖସିଗଲା: ଅମ୍ଲାନଙ୍କ ପତ୍ନୀ

କଟକ: ମହାନଦୀକୁ ଖସି ପଡିବା ଘଟଣାରେ ମୁହଁ ଖୋଲିଛନ୍ତି ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା। ଭୂମିକା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, କାଲିି ପୂଜା ସାମାନଗୁଡ଼ିକ ସବୁ ଥିଲା। ଉପାସ କରିଥିଲି ତ ବହୁ ୱିକ୍ ଲାଗୁଥିଲା, ମୁଣ୍ଡ ବୁଲାଉଥିଲା। ତ ପୂଜା ସାମାନଗୁଡ଼ିକ ପାଣିରେ ପକେଇବାକୁ ଗଲାବେଳେ ମୁଣ୍ଡଟା ବୁଲେଇ ଦେଲା। ଯେହେତୁ ମୁଁ ଗୋଟିଏ ହାଇ ହିଲ୍ ପିନ୍ଧିଥିଲି ଗୋଡ଼ଟା ଖସିଗଲା ମୁଁ ପଡ଼ିଗଲି।

ଏଥିସହିତ ଭୂମିକା ଆହୁରି କହିଛନ୍ତି ଯେ, ଜିନିଷକୁ ଅପପଚାର କରି ସ୍ପ୍ରେଡ୍ କରୁନ୍ତୁନି। ମୋ ପରିବାର, ସ୍ୱାମୀ ବିଷୟରେ ମିଥ୍ୟା ପ୍ରଚାର କରିବା ଠିକ୍ ନୁହେଁ। ଏଗୁଡ଼ିକ କରିକି ଆପଣ ଯାହା ମୋ ସାଙ୍ଗେ ହେଲା ତାକୁ ଆହୁରି ଖରାପ କରୁଛନ୍ତି। ଦୟାକରି ଏମିତି ମିଥ୍ୟା ନ୍ୟୁଜଗୁଡ଼ିକ ସ୍ପ୍ରେଡ୍ କରନ୍ତୁନି।

ସୂଚନାଯୋଗ୍ୟ, ଗତକାଲି କଟକ ସିଡିଏ ଅଞ୍ଚଳ ମଧୁସୂଦନ ସେତୁ ନିକଟରେ ଭୂମିକା ମହାନଦୀରେ ପଡି ଯାଇଥିଲେ। କିଛି ସମୟ ପରେ ତାଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା। ଘରୋଇ କଳହ କିମ୍ବା ଅନ୍ୟ କୌଣସି କାରଣରୁ ସେ ନଦୀକୁ ଡେଇଁ ପଡିଥିବା ଚର୍ଚ୍ଚା ହୋଇଥିଲା। ତେବେ ଭୂମିକା ସେତୁ ଉପରୁ ଡେଇଁ ପଡିଥିବା ନେଇ ଗତକାଲି ଚର୍ଚ୍ଚା ହୋଇଥିଲା। ହେଲେ ପରେ ଅଭିନେତା ଅମ୍ଲାନ କହିଥିଲେ ଯେ, ପୂଜାଫୁଲ ନଦୀରେ ଭସାଇବାକୁ ଯାଇଥିବା ବେଳେ ପୋଲ ଉପରୁ ତାଙ୍କର ଗୋଡ ଖସି ଯାଇଥିଲା।

Comments are closed.